Join Us To Make A Difference

The Drops💧

ଆଜିଠୁ ପଞ୍ଚୁକ ବ୍ରତ

ଆଜିଠୁ ପଞ୍ଚୁକ ବ୍ରତ
Published by:Jyotshna Kumari
#shree jagannath

ଦ କୁଇଭର ବ୍ୟୁରୋ :- ଆଜିଠାରୁ ମହାକାର୍ତ୍ତିକ ପଞ୍ଚୁକ । ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତା’ଠାରୁ ଅଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି । ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଛି । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ହେଉଥିବାରୁ ଚାରିଦିନ ବେଶ ଅନୁଷ୍ଠିତ ହେବା ପଞ୍ଚକରେ ସମସ୍ତ ବେଶ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବା ଏହାକୁ ଦୃଷ୍ଟିରେ ରଖି ଅନୁରୂପ ଦର୍ଶନ ବ୍ୟବସ୍ଥା କରାଯାଇଛି । ରବିବାର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶ, ସୋମବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ପାଇପାରିବେ । ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ଭକ୍ତମାନେ ପ୍ରସ୍ଥାନ କରିବେ । ସେବକମାନେ ସବୁଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ମାତ୍ର କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ । ଅର୍ଥାତ ଯାତ୍ରୀ ପରିଚର୍ଯ୍ୟା ଉପରେ ରୋକ ଲଗାଯାଇଛି । ସେବାୟତମାନଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । କେବଳ ବାହାରକାଠରୁ ଦର୍ଶନ ଯାତ୍ରୀ ନେଇ ଯାଇପାରିବେନି ଯାତ୍ରୀ ପଣ୍ଡା ନୃସିଂହ ବେଶ ଏବଂ କାର୍ଷିକ ପୂର୍ଣ୍ଣିମାରେ ରାଜାଧିରାଜ ଓ ସୁନାବେଶ ଅନୁଷ୍ଠିତ ହେବ ।ରବିବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ରହିବ ।

Comments

Leave a Comment

Comments

No comments yet.

State

ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

Blog Thumbnail

ଦ କୁଇଭର ବ୍ୟୁରୋ :- ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆଜିଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ। ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ୍‌ ଖୋଲିବ ନାହିଁ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ।

Politics

ଆଜି ନୂଆପଡା ଗସ୍ତରେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ନୂଆପଡା ଉପ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ । ନିର୍ବାଚନ ସଭାରେ ଯୋଗଦେବେ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କ ପାଇଁ ମାଗିବେ ଭୋଟ । ଭୁବନେଶ୍ୱରରୁ ଆଜି ସକାଳ ୯.ଘଣ୍ଟା ୪୫ ମିନିଟ ରୁ ବାହାରି ୧୦ ଘଣ୍ଟା. ୪୫ ମିନିଟ ରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ସେତନ୍ତ୍ର ହେଲିକପ୍ଟରରେ ସମ୍ଭବ ଅସ୍ଥାୟୀ ହେଲିପେଡରେ ୧୧ ଘଣ୍ଟା ୧୫ ମିନିଟ ରେ ପହଞ୍ଚିବେ। ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଭୁବନେଶ୍ବର ଫେରିଆସିବେ । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଗତକାଲି ବିଶାଲ ବାଇକ୍ ରାଲି ପରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମ । କୋମନା ବ୍ଲକ୍ ଜୋନ୍-୨ ଅନ୍ତର୍ଗତ ଦାନଝୋଲା ଠାରୁ କୋଟାପାଲି, ଗଣ୍ତାମେର ଦେଇ କାଣ୍ଡେତରା ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ।ଗତକାଲି ୧୦ କିଲୋମିଟର ବାଇକ ରାଲି କରିଥିଲେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ । ତେବେ ଆସନ୍ତା ୭ ତାରିଖରେ କ୍ୟାମ୍ପେନକୁ ଜୋରଦାର କରିବାକୁ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ ।

Politics

ନୂଆପଡ଼ାରେ ମଇଦାନରେ ନବୀନ

Blog Thumbnail

ଦ କୁଇଭର ବ୍ୟୁରୋ:- ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ନିର୍ବାଚନ ୧୧ ତାରିଖରେ ହେବାକୁ ଥିବାବେଳେ ୧୦ ରେ ସାଇନ ଡାଏ ଘୋଷଣା ହେବ । ଏହା ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ଲାଗି ଜୋରଦାର କସରତ କରିବାକୁ ପଡିବ । ହାତରେ ଆଉ ମାତ୍ର ୭ ଦିନ ଥିବାରୁ ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନାହିଁ । ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି ବହୁ ହେଭିୱେଟ ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ । ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବିରୋଧୀ ଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବାବଦରେ କରିବେ ଟୀକା ଟିପ୍ପଣୀ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଠାରୁ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନୂଆପଡ଼ାରେ ପ୍ରଚାର ଆରମ୍ଭ କରିଛନ୍ତି । କୋମନା ସଭାରେ ବିଜେଡି ଶାସନ ସମୟରେ ନୂଆପଡ଼ାର ବିକାଶ ଓ ବିଜେପି ସରକାରରେ ହୋଇଥିବା ବିନାଶ ବାବଦରେ ବଖାଣିଛନ୍ତି ନବୀନ । ସେହିପରି ନବୀନ ପୁନର୍ବାର ୭ ତାରିଖରେ ନୂଆପଡା ଯିବେ । ନୂଆପଡାରେ ଦୁଇଟି ରୋଡ ସୋ କରିବେ । ନବୀନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଚାର ପାଇଁ ଗାଡି ପ୍ରସ୍ତୁତ ହୋଇଛି । ସେହିପରି ସେହିଦିନ ଅପରାହ୍ନରେ ଦଳୀୟ ନେତାଙ୍କ ସହ ନବୀନ ବୈଠକ କରିବେ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନବୀନଙ୍କ ଛଡା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଟୁକୁନୀ ସାହୁ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି ।

Shree Jagannath

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବିଭିନ୍ନ ନଦୀ, ପୋଖରୀ, ଜଳାଶୟରେ ଭାସିଛି ଡଙ୍ଗା । ଆ-କା-ମା-ବୈରେ ଗୁଞ୍ଜରିତ ହୋଇଛି ନଦୀପଠା ଓ ଜଳାଶୟ । ଭୋରରୁ ଉଠି ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇଛନ୍ତି । ହୁଳହୁଳିରେ ପ୍ରକମ୍ପିତ ହୋଇଛି ଚର୍ତୁଃଦିଗ । ସେହିପରି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି । ଆଜି ଭୋରରୁ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ କରିବା ସହ କଦଳୀ ପଟୁକାରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଭସାଇଛନ୍ତି । ଏହାସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୁଞ୍ଜରିତ ହୋଇଛି ସମଗ୍ର ବେଳାଭୂମି । ନିଜ ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥିଲେ ।

Crime,State

ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍ ପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅଦାଲତ । ନିର୍ବାଚନୀ ମାମଲା ବିଚାରାଧୀନ ଥିବା ବେଳେ SPଙ୍କ ବୟାନକୁ କୋର୍ଟ କଡ଼ା ନିନ୍ଦା କରିଛନ୍ତି । ଏସପିଙ୍କ ବିବୃତି କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୭ ତାରିଖ ସୁଦ୍ଧା ଲିଖିତ ଜବାବ ମାଗିଛନ୍ତି ହାଇକୋର୍ଟ । ବିଚାରପତି ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।


ଆବେଦନକାରୀ ମନୋଜ ପଣ୍ଡା ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ ଯେ, ଗତ ଅକ୍ଟୋବର ୨୨ରେ ରେଳ ଷ୍ଟେସନରୁ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ପୋଲିସ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା । ବ୍ରହ୍ମପୁର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସେ କେମିତି ମାମଲା କଲେ ବୋଲି ତାଙ୍କୁ ପଚରାଯାଇଥିଲା । ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି କହିଥିଲେ, ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ରହିଛି । ଏହି ନିର୍ବାଚନ ମାମଲା ଶିବଶଙ୍କର ଦାସ ନାମରେ ଦାଖଲ ହୋଇଥିଲା । କିନ୍ତୁ ତାହାକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆର୍ଥିକ ସହାୟତା ଦେଇଥିଲେ । ଅଦାଲତ କହିଛନ୍ତି, ନ୍ୟାୟିକ ମାମଲା ବିଚାରାଧୀନ ଥିବାବେଳେ ପୋଲିସ ଅଧିକାରୀଙ୍କ ସାର୍ବଜନୀନ ଟିପ୍ପଣୀ ଗ୍ରହଣୀୟ ନୁହେଁ ।

District

ଗୋପାଳପୁରରେ ବୋଇତ ବନ୍ଧାଣ ଉତ୍ସବ ପାଳିତ

Blog Thumbnail

ଗୋପାଳପୁର( ଦ କୁଇଭର ):- କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ଆଜି ଗୋପାଳପୁର ସମୁଦ୍ର ବେଳାଭୂମିରେ ଭୋରରୁ ଲାଗିଥିଲା ଲୋକଙ୍କ ଭିଡ଼ । କାର୍ତ୍ତିକ ଏକ ମାସ ଧରି ସାତ୍ତ୍ୱିକ ଭୋଜନ ଖାଇ ବ୍ରତ ରଖିଥିବା ବେଳେ ଆଜି ସମୁଦ୍ର ବେଳାଭୂମିରେ ଲକ୍ଷ୍ମୀ ନାରାୟଣ ଓ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରି ସୂର୍ଯ୍ୟଙ୍କୁ ଦର୍ଶନ କରି ବ୍ରତକୁ ଉଦଯାପିତ କରିଛନ୍ତି । ଏହାପରେ ସମୁଦ୍ରରେ ଡଙ୍ଗା ଭସାଇ ବାଣ ମଧ୍ୟ ଫୁଟାଇଥିଲେ । ସେପଟେ ଚଳିତବର୍ଷ ବେଶ ଆଡମ୍ବର ସହକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସହ ବ୍ରହ୍ମପୁର ଏସପି ଏବଂ ବହୁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇ ନୈବାଣିଜ୍ୟର ସେହି ପୁରାତନ ପରମ୍ପରାକୁ ସମସ୍ତେ ମନେ ପକାଇଥିଲେ ।


ଆକାମାବୈ ପାନଗୁଆ ଥୋଇ, ପାନଗୁଆ ତର ମାସକ ଧର୍ମ ମୋର । ଏଭଳି ପାରମ୍ପରିକ ଗୀତରେ ପ୍ରକମ୍ପିତ ହୋଇ ଉଠିଥିଲା ଆଜି ଗୋପାଳପୁର ସମୁଦ୍ର ବେଳାଭୂମି । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଭୋର ୩ଟାରୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ଆରମ୍ଭ ହୋଇଥିଲା ଭକ୍ତଙ୍କ ଭିଡ଼ । ବିଶେଷ କରି ମହିଳା ମାନେ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ କରୁଥିବା ବେଳେ ବ୍ରତକୁ ଆଜି ଉଦଯାପିତ କରିଛନ୍ତି । ଭୋରରୁ ବେଳାଭୂମିରେ ପହଞ୍ଚିବା ପରେ ବାଲିରେ ଲକ୍ଷ୍ମୀ ନାରାୟଣ ଓ ରାଧାକୃଷ୍ଣଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ କଦଳୀ ପଟୁଆରେ ଡଙ୍ଗା କରି ତାହାକୁ ସମୁଦ୍ରରେ ଭସାଇବା ସହ ବାଣ ଫୁଟାଇଥିଲେ । ଶେଷରେ ସୂର୍ଯ୍ୟଙ୍କୁ ଦର୍ଶନ କରି ଫେରିଥିଲେ ଶ୍ରଦ୍ଧାଳୁମାନେ । ଆଜିର ଦିନରେ ପୌରାଣିକ ନୈବାଣିଜ୍ୟର ପରମ୍ପରାକୁ ସମସ୍ତେ ମନେ ପକାଇଥିଲେ । ଦୀର୍ଘ ବର୍ଷ ଧରି ଏଭଳି କାର୍ତ୍ତିକ ବ୍ରତ ପାଳନ କରୁଥିବା ବେଳେ ଚଳିତ ବର୍ଷ ସେହି ନିଷ୍ଠାର ସହ ବ୍ରତ ପାଳନ କରି ବେଶ ଆନନ୍ଦିତ ଲାଗିଥିବା କହିଛନ୍ତି ଶ୍ରଦ୍ଧାଳୁ ।

ଚଳିତ ବର୍ଷ ବେଶ ଆଡ଼ମ୍ବର ସହକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ବୋଇତ ବନ୍ଧାଣ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ ଯୋଗ ଦେଇଥିଲେ । ଗୋପାଳପୁର କଲେଜର ଛାତ୍ରୀମାନଙ୍କୁ ନେଇ ସାଧବ ମାନେ କିଭଳି ପୂର୍ବରୁ ନୌବାଣିଜ୍ୟ କରୁଥିଲେ ତାହାକୁ ସୁନ୍ଦର ନାଟକ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଛାତ୍ରୀ ମାନେ ସାଧବ ବେଶରେ ସଜ୍ଜିତ ହୋଇଥିବା ବେଳେ ତାଙ୍କୁ ସେମାନଙ୍କ ପତ୍ନୀ ମାନେ ବନ୍ଧାପନା କରିବା ପରେ ଡଙ୍ଗାରେ ନୌବାଣିଜ୍ୟ ନିମନ୍ତେ ବାହାରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ଏସପି, ବିଇଏମସି କମିଶନରଙ୍କ ସହ ଉପସ୍ଥିତ ଅନ୍ୟ ଅତିଥି ମାନେ ମଧ୍ୟ ଡଙ୍ଗାରେ କିଭଳି ନୌବାଣିଜ୍ୟର ହେଉଥିଲା ସେ ନେଇ ମଧ୍ୟ ଡଙ୍ଗାରେ ବୁଲି ଦେଖିଥିଲେ । ନୌବାଣିଜ୍ୟର କରି ଫେରିବା ପରେ ସାଧବ ପୁଅ ମାନଙ୍କୁ ସେମାନଙ୍କ ବୋହୁ ମାନେ ବନ୍ଧାପନା କରି ପାଛୋଟି ନେଇଥିଲେ । ଏହାପରେ ନୌବାଣିଜ୍ୟର ପରମ୍ପରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତଥର ତିନି ଦିନ ଧରି ବୋଇତ ବନ୍ଧାଣ ଉତ୍ସବ ପାଳନ ହେବା ସହ ପଲ୍ଲୀଶ୍ରୀ ମେଳା ଆୟୋଜନ କରାଯାଇଛି । ସେପଟେ କିଭଳି ଶାନ୍ତି ଶୃଙ୍ଖଳାର ସହ ତିନି ଦିନ ଧରି କିଭଳି ଉତ୍ସବ ପାଳନ ହେବ ସେ ନେଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।


ଆଜି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ଗୋପାଳପୁର ସମୁଦ୍ର ବେଳାଭୂମିରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ଯୋଗୁଁ କୌଣସି ଅଘଟଣ ନ ଘଟେ ସେ ନେଇ ଲାଇଫ ଗାର୍ଡ, ଓଡ୍ରାଫ ଟିମର ବହୁ କର୍ମଚାରୀ ମାନେ ବେଳାଭୂମିରେ ମୁତୟନ ହୋଇଥିଲେ ।